
As an Amazon Associate and affiliate partner, Menrva Books earns from qualifying purchases. Learn more
ଅମୁଲ୍ୟମଣି ମିଶ୍ର, ସର୍ବଦା ନିଆରା ବିଷୟବସ୍ତୁକୁ ନେଇ ଗଳ୍ପ ଲେଖାଲେଖି କରୁଥିବା ଜଣେ ପ୍ରତିଭାଶାଳୀ ଲେଖିକା । ଅସ୍ଥାୟୀ ଜୀବନ, ଭାବନା, ଭାବପ୍ରବଣତା ଆଦି ତାଙ୍କ ଲେଖାର ମୂଳ ପୁଞ୍ଜି । ଅଧିକାଂଶ ଗଳ୍ପରେ ଆଧୁନିକ ସମାଜର ମଣିଷର ସ୍ଥିତି ଆଧୁନିକ ମାନସିକତା, ପ୍ରାକୃତିକ ପରିବେଶ ଆଦି ତାଙ୍କ ଗଳ୍ପଗୁଡ଼ିକୁ ପରିପୁଷ୍ଠ କରିଛି । - ବୀଣାପାଣି ମହାନ୍ତି, ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖିକା ପ୍ରଗତିଶୀଳ ଚିନ୍ତାଧାରା, ବକ୍ତବ୍ୟରେ ସ୍ୱଚ୍ଛତା ଏବଂ ବିଷୟବସ୍ତୁରେ ପରୀକ୍ଷାନିରୀକ୍ଷା ପାଇଁ ଅମୁଲ୍ୟମଣି ମିଶ୍ର ତାଙ୍କର ସମସାମୟିକ ଗାଳ୍ପିକାମାନଙ୍କଠାରୁ ଅଲଗା ବାରି ହୋଇପଡ଼ନ୍ତି । ନାରୀମନର ଅତଳ ବିତଳକୁ ସେ ଯେଉଁଭଳି ତନ୍ନତନ୍ନ କରି ଆବିଷ୍କାର କରନ୍ତି ତାହା ଆମକୁ ବିସ୍ମିତ କରେ । ଭାବପ୍ରବଣରେ ସ୍ୱାଚ୍ଛନ୍ଦ୍ୟସହ ପରିବେଶ ଅନୁକୂଳ ଶବ୍ଦ ବ୍ୟବହାର ତାଙ୍କର ଆଉ ଏକ ଦକ୍ଷତା । ମୁଁ ତାଙ୍କ ଗଳ୍ପଗୁଡ଼ିକର ଜଣେ ମୁଗ୍]ଧ ପାଠକ । - ଗୌରହରି ଦାସ, ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖକ ଗଳ୍ପର ବିଷୟବସ୍ତୁ ଉପରେ ଅଧିକ ଧ୍ୟାନ ଦେଉଥିବା ଲେଖିକା । ତାଙ୍କର ସମସ୍ତ ଗଳ୍ପର ପ୍ଲଟ୍]ଗୁଡ଼ିକ ଚିରାଚରିତ ଢାଞ୍ଚାଠାରୁ ଭିନ୍ନ । ଲେଖାରେ ମୌଳିକତା ବଜାୟ ରଖିବା ସହ ନୂଆନୂଆ ଧାରା ପ୍ରୟୋଗକରି ଗଳ୍ପ ଲେଖୁଥିବା ଜଣେ ଅନନ୍ୟ କଥାକାର । ତାଙ୍କ ମତରେ ଯଦି ସଠିକ୍ ବିଷୟବସ୍ତୁ ଚୟନ ନ କରାଯାଏ ତେବେ ଲେଖାଟି ଉନ୍ନତମାନର ହେବନାହିଁ । ତାଙ୍କ ସହ ମୁଁ ଏକମତ । - ଶକୁନ୍ତଳା ବଳିୟାରସିଂ, ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖିକା ସମକାଳୀନ ଗପ ଲେଖିକା ଭାବେ ଅମୁଲ୍ୟମଣି ମିଶ୍ର ନିଜର ରାସ୍ତା ତିଆରି କରିସାରିଛନ୍ତି । ଜୀବନର ବହୁବିଧ ଅନୁଭୂତି ଅସଂଗତି, ନିଚ୍ଛକ ଚରିତ୍ର ଚୟନ ଓ ଚିତ୍ରଣ ତାଙ୍କ ଗଳ୍ପର ମୂଳଦୁଆ । ସମକାଳର ଅନେକ ଚିତ୍ର ତାଙ୍କ ଗପଗୁଡ଼ିକରେ ଅଙ୍କିତ ହୋଇଛି ନିଷ୍ଠାପର ଭାବେ । ବଞ୍ôଚବାର ଏକ ନିରୁତା ଅନ୍ୱେଷଣ ହିଁ ତାଙ୍କ ଗଳ୍ପର ଆତ୍ମା ଓ ତାଙ୍କର ଗଳ୍ପକଳା । - ଅଜୟ ସ୍ୱାଇଁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ
Page Count:
122
Publication Date:
2021-06-14
Publisher:
Black Eagle Books
ISBN-10:
1645601935
ISBN-13:
9781645601937
No comments yet. Be the first to share your thoughts!