
As an Amazon Associate and affiliate partner, Menrva Books earns from qualifying purchases. Learn more
କାହାଣୀରେ ଜୀବନ ଥିଲେ କାହାଣୀ ହୁଏ ହୃଦ୍ୟ । ଜୀବନରେ କାହାଣୀ ଥିଲେ ଜୀବନ ହୁଏ ଭବ୍ୟ । ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କର ଗଳ୍ପଗୁଡ଼ିକରେ ଜୀବନ ଦିଶିଯାଏ । ତେଣୁ ଗଳ୍ପଟିଏ ଆରମ୍ଭ କଲେ ଶେଷ କରିବାକୁ ମନ ବଳେ । ବେଳେବେଳେ ଚମକାଇ ଦିଏ ''ପଜଲ୍]'' ଭଳି ଗଳ୍ପ ଯାହା ଘଟିବା ଉଚିତ୍ ନହେଲେ ମଧ୍ୟ ସମାଜରେ ଘଟୁନାହିଁ ବୋଲି କହିହେବ ନାହିଁ । ତାଙ୍କର ''ଭାତବାଲା'' ଗଳ୍ପ ସତ୍ୟର ଗଳ୍ପରୂପ ପରି ଲାଗେ, ହୃଦୟକୁ ଛୁଏଁ । ତାଙ୍କର ଗଳ୍ପଗୁଡ଼ିକ ଆକାଶରୁ ଉଲ୍]କା ଭଳି ଖସନ୍ତି ନାହିଁ, ମାଟିରୁ ପାଦତଳର ଘାସ ଭଳି ମୁଣ୍ଡ ଟେକନ୍ତି, ସମାଜର ଚିତ୍ରପଟ ପାଲଟିଯାଆନ୍ତି । ଦେବପ୍ରିୟଙ୍କର ହାତମୁଠାରେ ଜୀବନ କଥାକୁହେ । ତାଙ୍କର ଗାଳ୍ପିକ ଜୀବନ ସମ୍ଭାବନାମୟ । ଅଶେଷ ଆଶୀର୍ବାଦ । - ପ୍ରତିଭା ରାୟ ଦେବପ୍ରିୟଙ୍କ କାହାଣୀରେ ନାଟକ ଅଛି, କବିତାର ଝଲକ ଅଛି । ଅନେକ ଗପ ଏକ ନିଶ୍ୱାସରେ ପଢିବା ଭଳି । ସାଧାରଣ ଜୀବନ ଭିତରେ ଅସାଧାରଣ ଚରିତ୍ରକୁ ଆବିଷ୍କାର କରିବାରେ ତାଙ୍କର ରହିଛି ଅଦ୍ଭୁତ ଦକ୍ଷତା । - ତରୁଣକାନ୍ତି ମିଶ୍ର ଜଣେ ସଚେତନ ଓ ସଂଯତ ଗାଳ୍ପିକ ରୂପେ ନିଜର ପରିଚୟ ସୃଷ୍ଟି କରିିଥିବା ଦେବପ୍ରିୟ ଚଳନ୍ତି ସମୟର ଅନ୍ୟତମ ଅଗ୍ରଣୀ ଯୁବ ଲେଖକ । ଓଡ଼ିଆ ଗଳ୍ପର ପ୍ରବାହଧାରାକୁ ଅବିରତ ପ୍ରଖର କରିବାଦିଗରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ । ଦେବପ୍ରିୟଙ୍କ ଗଳ୍ପର କଥାବସ୍ତୁ ତାଙ୍କ ଅନୁଭୂତିରୁ ଉପଜାତ ଏବଂ ଉପସ୍ଥାପନା ଶୈଳୀ ଅଭିନବ । -ସଦାନନ୍ଦ ତ୍ରିପାଠୀ ଦେବପ୍ରିୟ ସମକାଳର ଜଣେ ଅନୁଭୂତିସଂପନ୍ନ ନିଷ୍ଠାପର କଥାକାର । ତାଙ୍କ ଗଳ୍ପର ଆତ୍ମା - ବଳିଷ୍ଠ କାହାଣୀ, ସାମାଜିକ ବାସ୍ତବତା ଓ ପ୍ରତ୍ୟକ୍ଷ ଅନୁଭବର କଳାତ୍ମକ ଉପସ୍ଥାପନ । ବର୍ଣ୍ଣନାର ସଂକ୍ଷିପ୍ତତା ଓ କଥାକୁହା ଭାଷାର ପ୍ରୟୋଗ ଯୋଗୁ ଆରମ୍ଭରୁ ଶେଷ ଯାଏ ସ୍ରୋତର ଅନୁକୂଳରେ ପାଠକକୁ ଭସାଇନିଏ ତାଙ୍କ ଗପ ନଈର ମଝଧାର । ଓଡ଼ିଆ ସାହିତ୍ୟର ଗପ ପୃଥିବୀରେ ଦେବପ୍ରିୟ ପାଠକୀୟତାର ସଶକ୍ତ ଯୁକ୍ତାକ୍ଷର । -ଭୀମ ପୃଷ୍ଟି
Page Count:
122
Publication Date:
2021-02-19
Publisher:
Black Eagle Books
ISBN-10:
164560165X
ISBN-13:
9781645601654
No comments yet. Be the first to share your thoughts!