
As an Amazon Associate and affiliate partner, Menrva Books earns from qualifying purchases. Learn more
କଥା ପ୍ରସଙ୍ଗରେ ଏକଦା ମୁଁ ବାପାଙ୍କୁ ବିନମ୍ର ଅନୁରୋଧ କରିଥିଲି ବିଭୂତି ଭୂଷଣଙ୍କ 'ଦେବଯାନ' ନାମକ ଉପନ୍ୟାସଟିକୁ ଅନୁବାଦ କରିବା ନିମିତ୍ତ । ସେ ତାଙ୍କର ଏହି ଗେହ୍ଲା ପୁତ୍ରଟିର କଥା ରକ୍ଷାକରି ଗ୍ରୀଷ୍ମକାଳର ଦ୍ୱିପ୍ରହର ବେଳରେ ଧ୍ୟାନସ୍ଥ ହୋଇ ଅନୁବାଦ କରୁଥିଲେ 'ଦେବଯାନ' ଉପନ୍ୟାସଟିକୁ । ଅନୁବାଦ ଅଳ୍ପଦିନ ମଧ୍ୟରେ ଶେଷ ହୋଇଯାଇଥିଲା । କିନ୍ତୁ ବାପାଙ୍କ ଆୟୁଷ ନଥିଲା ସୁଦୀର୍ଘକାଳ । ମୁଁ ଆନ୍ତରିକ ଭାବରେ ଚାହୁଁଥିଲି ଯେ ବାପାଙ୍କ ଜୀବିତାବସ୍ଥାରେ ଏହା ପ୍ରକାଶିତ ହେଉ । ମାତ୍ର ମୋ ଇଚ୍ଛା ଇଚ୍ଛାମୟଙ୍କ ଦ୍ୱାରା ଗୃହୀତ ହୋଇନଥିଲା । ଉପନ୍ୟାସଟିକୁ ପାଠକରିବା ପାଇଁ ବାପା ମୋତେ ବାରମ୍ବାର ମନେ ପକାଇଦିଅନ୍ତି । ଉପନ୍ୟାସଟିକୁ ଯେତେବେେଳେ ପାଠକଲି ସ୍ତମ୍ଭୀଭୂତ ହୋଇ ରହିଯାଇଥିଲି ମୁଁ । ଏହାର ବିଷୟବସ୍ତୁ ହେଉଛି ମୃତ୍ୟୁ ପରବର୍ତ୍ତୀ ଜୀବନର ବିଭିନ୍ନ ସ୍ତରର ବୈଚିତ୍ର]୍ୟପୂର୍ଣ୍ଣ ଅନୁଭୂତି । ବିଭୂତି ଭୂଷଣ ବନ୍ଦୋପଧ୍ୟାୟ ଏହି ଦୃଶ୍ୟମାନ ଜଗତର ଅନ୍ତରାଳରେ ରହିଥିବା ଅଦୃଶ୍ୟ ଜଗତ ଉପରେ ଆସ୍ଥାଶୀଳ ନଥିଲେ, ଏପରି ନୂତନ କଳ୍ପନାର ଡେଣା ତାଙ୍କ ସ୍ରଷ୍ଟାମାନସରେ ମେଲିଯାଇନଥା'ନ୍ତା । ତେବେ ସେ ଯାହା ହେଉନା କାହିଁକି ବିଭୂତି ଭୂଷଣଙ୍କ 'ଦେବଯାନ' ଏ କ୍ଷେତ୍ରରେ ପ୍ରତ୍ୟେକଟି ପାଠକଙ୍କ ନିମିତ୍ତ ଯେ ନେଇଆସିବ ଏକ ନୂତନ ଆହ୍ୱାନ ଓ ଆକର୍ଷଣ ଏଥିରେ ଦ୍ୱିମତ ନାହିଁ । ସାହିତ୍ୟିକ, ମନସ୍ତାତ୍ତ୍ୱିକ, ବୈଜ୍ଞାନିକ, ପାରଲୌକିକ ଏ ସବୁ ଦୃଷ୍ଟିରୁ ଉପନ୍ୟାସଟିର କଳାତ୍ମକ ସାଫଲ୍ୟ ଯେ ଅସାମାନ୍ୟ ଏହା ଯେକୌଣସି ଅନ୍ତର୍ଦୃଷ୍ଟି ସମ୍ପନ୍ନ ପାଠକ ଅନୁଭବ କରିପାରିବେ ନିଶ୍ଚୟ । ---ମଣୀନ୍ଦ୍ର କୁମାର ମେହେର
Page Count:
290
Publication Date:
2024-01-27
Publisher:
Black Eagle Books
ISBN-10:
1645605116
ISBN-13:
9781645605119
No comments yet. Be the first to share your thoughts!